Adani: ଏୟାରଲାଇନ୍‌ ଖବର ମିଛ: ଆଦାନୀ ପ୍ରସ୍ତାବକୁ ଇଣ୍ଡିଗୋ, ଏୟାର ଇଣ୍ଡିଆର ବିରୋଧ...

1 week ago 5
ARTICLE AD BOX

ନୂଆଦିଲ୍ଲୀ, ୨୪/୭: ଏକ ଏୟାରଲାଇନ୍‌ ଖୋଲିବା ବିଷୟରେ ଆଦାନୀ ଗ୍ରୁପ୍‌ ଗମ୍ଭୀରତାର ସହ ବିଚାର କରୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଆଦାନୀ ଗ୍ରୁପ୍‌ ଦୃଢ଼ ଭାବେ ଖଣ୍ଡନ କରିଛି। ଏକ ବିଜ୍ଞପ୍ତି ଜରିଆରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ସେହି ଖବରକୁ ଭିତ୍ତିହୀନ ଓ ଭୁଲ୍‌ ବୋଲି କୁହାଯାଇଛି। କମ୍ପାନି ସ୍ପଷ୍ଟ କରିଛି ଯେ ଏୟାରଲାଇନ୍‌ ଆରମ୍ଭ କରିବା ସମ୍ପର୍କିତ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।

ଆହୁରି ପଢ଼ନ୍ତୁ- Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ବଜ

ରିପୋର୍ଟକୁ ଆଦାନୀ ଗ୍ରୁପ୍‌ର ଦୃଢ଼ ଖଣ୍ଡନ

ବିମାନବନ୍ଦର ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକୁ ଏୟାରଲାଇନ ଖୋଲିବା ନିମନ୍ତେ ଅନୁମତି ଦେବା ବିଷୟରେ ଭାରତ ସରକାର ବିଚାର କରୁଥିବା ନେଇ ଗତ ଦୁଇ ଦିନ ଧରି ଖବର ପ୍ରକାଶ ପାଉଛି। ବିଶେଷ କରି ଆଦାନୀ ଗ୍ରୁପ୍‌ ଓ ଜିଏମ୍‌ଆର୍‌ ଗ୍ରୁପ୍‌କୁ ଅନୁମତି ଦେବା ସମ୍ପର୍କରେ ସରକାର ନିୟମରେ ପରିବର୍ତ୍ତନ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା। ଇତି ମଧ୍ୟରେ ଆଦାନୀର ଏୟାରଲାଇନ ଖୋଲିବା ପ୍ରସ୍ତାବକୁ ଦେଶର ଦୁଇ ପ୍ରମୁଖ ଏୟାରଲାଇନ୍‌ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ପକ୍ଷରୁ ଘୋର ବିରୋଧ କରାଯାଇଛି। ଉଭୟ ସଂସ୍ଥା କହିଛନ୍ତି ଯେ ଏୟାରଲାଇନ୍‌ ବ୍ୟବସାୟରେ ଆଦାନୀ ପ୍ରବେଶ କଲେ ଦ୍ବେତ୍ବ ସ୍ବାର୍ଥ ସମସ୍ୟା ଦେଖାଦେବ ଓ ବଜାରରେ ପ୍ରତିଯୋଗିତା ମଧ୍ୟ ଶେଷ ହୋଇଯିବ।

ଆହୁରି ପଢ଼ନ୍ତୁ- Ukraine Drone: ସେଣ୍ଟ ପିଟର୍ସବର୍ଗରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ: ଇ-କମର୍ସ ସଂସ୍ଥା ''ୱାଇଲ୍ଡବେରିଜ୍'' ଗୋଦାମରେ ନିଆଁ, ୩ ଆହତ

ଇଣ୍ଡିଗୋର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ କହିଥିଲେ ଯେ ସାରା ବିଶ୍ବରେ କୌଣସି ସ୍ଥାନରେ ଏଭଳି ଦେଖିବାକୁ ମିଳିନାହିଁ। ଯଦି ସେଭଳି ହେବ ତେବେ ତାହା ଦୀର୍ଘକାଳୀନ ଭିତ୍ତିରେ ଯାତ୍ରୀଙ୍କ ସ୍ବାର୍ଥକୁ ପ୍ରଭାବିତ କରିବ। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଥଇଲେ ଯେ ଆଦାନୀ ବିମାନବନ୍ଦର ବ୍ୟବସାୟ ଆରମ୍ଭ କଲେ ଅନ୍ୟ ସଂସ୍ଥାଗୁଡ଼ିକର ସ୍ବାର୍ଥ ପ୍ରଭାବିତ ହେବ। ପ୍ରତିଯୋଗିତା ଶେଷ ହୋଇଯିବ। ତା’ ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସଙ୍କୁଚିତ ହୋଇଯିବ।

ଉଲ୍ଲେଖଯୋଗ୍ୟ, ଭାରତରେ ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନିଗୁଡ଼ିକ ପାଇଁ କୌଣସି ଏୟାରଲାଇନ୍‌ରେ ସର୍ବାଧିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିବାର ଅନୁମତି ଦିଆଯାଇଛି। ସେହି ସୀମା ହଟାଇ ଆଦାନୀ ଭଳି ସଂସ୍ଥାକୁ ଏୟାରଲାଇନ ଖୋଲିବାର ସୁଯୋଗ ଦେବା ବିଷୟରେ ସରକାର ବିଚାର କରୁଥିଲେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.