ARTICLE AD BOX
ଭୁବନେଶ୍ୱର: ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବରକୁ ପ୍ଲାଟିନମ୍ କ୍ଲବ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। କ୍ଲବ୍ର ସଭାପତି ସଞ୍ଜୟ ଚୌଧୁରୀ ଓ ସମ୍ପାଦକ ବିଶ୍ୱଜିତ ପାତ୍ର ମଧ୍ୟ ପ୍ଲାଟିନମ୍ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଏନ୍ କେ ମିଶ୍ରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।
୨୦୨୫-୨୬ ବର୍ଷର ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ ଓ ରୋଟାରି ଇଣ୍ଟରନ୍ୟାସନାଲ୍ ଡାଇରେକ୍ଟର ରୋଟାରିଆନ୍ ବାସୁଦେବ ଗୋଲ୍ୟାନ୍ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। କ୍ଲବ୍ର ସଭାପତି ଡ. ଚୌଧୁରୀ କହିଥିଲେ, ଏହି ପୁରସ୍କାର ଆମ କ୍ଲବ୍ର ପ୍ରତ୍ୟେକ ସଦସ୍ୟଙ୍କ ସମ୍ମିଳିତ ପ୍ରୟାସ, ନିଷ୍ଠା ଓ ସେବା ମନୋଭାବର ସ୍ୱୀକୃତି। ସମସ୍ତ ସଦସ୍ୟଙ୍କ ନିରନ୍ତର ସହଯୋଗ ଓ ପରିଶ୍ରମ ପାଇଁ ମୁଁ ହୃଦୟରୁ କୃତଜ୍ଞ। ଆମେ ଏକାଠି ହୋଇ କାର୍ଯ୍ୟ କଲେ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ହାସଲ କରିବା ସହ ସମାଜ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବା ବୋଲି ସେ କହିଥିଲେ।
ରୋଟାରି କ୍ଲବ୍ ଅଫ୍ ବାଲେଶ୍ବର ଅନ୍ ସି ପକ୍ଷରୁ ପବ୍ଲିକ ଇମେଜ୍ ସେମିନାର

1 hour ago
2


