Accused Convicted ନୟାଗଡ଼ର ଦୁଇଟି ପୃଥକ ଅପହରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, କାରାଦଣ୍ଡ ଓ ଜରିମାନା

2 months ago 23
ARTICLE AD BOX

ଭୁବନେଶ୍ବର:ନୟାଗଡ଼ ଜିଲ୍ଲାରେ ଦୁଇଟି ପୃଥକ ଅପହରଣ ମାମଲାର ବିଚାର କରି  କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ଓ ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି।

ରଣପୁର ଥାନା ମାମଲା ନଂ. ୩୩/୨୦୧୨ ରେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ  ସହ ୨,୦୦୦ ଟଙ୍କା ଜରିମାନା କରାଯାଇଛି। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସଂଗ୍ରାମ କେଶରୀ ପାଇକରାୟ ମାମଲାର ତଦନ୍ତ କରିଥିଲେ।  ଏପିପି ସଂସାରୀ ସାହୁ ମାମଲାର ପରିଚାଳନା କରୁଥିଲେ। 

Missing person found dead ପୁଣି ନୟାଗଡ଼ରେ ଚାଞ୍ଚଲ୍ୟ: ନିଖୋଜ କ୍ରସରମାଲିକଙ୍କ ପୁଅ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସେହିପରି ଇଟାମାଟି ଥାନା ମାମଲା ନଂ. ୯୪/୨୦୨୩ରେ ଅଭିଯୁକ୍ତଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଥିଲେ ଏସ୍‌ଆଇ ସୁବାଶ ବେହେରା। ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା ସ୍ୱତନ୍ତ୍ର ସରକାରୀ ଓକିଲ ଶିବ ଶଙ୍କର ବିଶ୍ୱାଳ କରୁଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.