ARTICLE AD BOX
ମେକ୍ସିକୋ ସିଟି: ପଶ୍ଚିମ ମେକ୍ସିକୋ ରାଜ୍ୟ ଜାଲିସ୍କୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇଥିବା ଏକ ଟ୍ରକ୍ ରାଜପଥରେ ଠିଆ ହୋଇଥିବା ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଚାରି ଜଣ ଆମେରିକୀୟ ନାଗରିକ ଅଛନ୍ତି।
Israel Election: ଅକ୍ଟୋବର ୨୭ରେ ଇସ୍ରାଏଲ ନିର୍ବାଚନ: ଲୋକପ୍ରିୟତା ହରାଇଥିବା ନେତାନ୍ୟାହୁଙ୍କ ପାଇଁ ଫେରିବା ହେବ କଷ୍ଟକର!
ଚିକିତ୍ସା ଲାଗି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାଲିସ୍କୋର ସିଭିଲ୍ ପ୍ରୋଟେକ୍ସନ୍ ଅନୁଯାୟୀ, ଗୁଆଡାଲାଜାରା ଏବଂ ଟେପିକ୍କୁ ସଂଯୋଗ କରୁଥିବା ରାଜପଥର ହୋଷ୍ଟୋଟିପାକିଲୋ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ଜୋରଦାର ଥିଲା ଯେ, ଦୁଇଟି ମାଲବାହୀ ଟ୍ରକ୍ ଏବଂ ଅନ୍ୟ ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଥିଲା।
ଏଜେନ୍ସି ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି, ଆହତଙ୍କ ମଧ୍ୟରେ ନ୍ୟାସନାଲ ଗାର୍ଡର ଦୁଇ ଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗୁଆଡାଲାଜାରାର ମାଗଡାଲେନା ହସ୍ପିଟାଲକୁ ପଠାଯାଇଛି।

3 weeks ago
13


