ARTICLE AD BOX
କୁଆମରା (ନିମାଁଇ ପ୍ରସାଦ ଦାସ): ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋପବନ୍ଧୁନଗର ବ୍ଲକ୍ର କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟାର କୁଆମରା ଗ୍ରାମର ୩ଜଣ ଯୁବକ ଶକ୍ତି ସିଂ(୨୫), ସହଦେବ ସିଂ(୨୬) ଓ ରଘୁ ସିଂ(୨୩) ଗାଁର ସପ୍ତାହିକ ହାଟରୁ ବାଇକ୍(ଓଡ଼ି୦୧ଜି ୫୯୪୦)ରେ ଘରକୁ ଫେରୁଥିଲେ। ବାଟରେ ଏକ ପାଚେରୀରେ ବାଇକ ଧକ୍କା ହେବା ଫଳରେ ଯୁବକ ୩ଜଣ ନିକଟ ପୋଖରୀରେ ବାଇକ୍ ସହ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ଯୁବକ ୩ଜଣଙ୍କୁ ପୋଖାରୀରୁ ଉଦ୍ଧାର କରିଥିଜଲେ।
ଘଟଣାସ୍ଥଳରେ ଶକ୍ତି ସିଂ ଓ ସହଦେବ ସିଂଙ୍କର ମୃତ୍ୟୁ ହୋଇଯାଇଥିଲ ବେଳେ ଗୁରୁତର ଅବସ୍ଥାରେ ରଘୁ ସିଂଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ରଘୁ ସିଂଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଖୁଣ୍ଟା ଥାନା ଓ କୁଆମରା ଫାଣ୍ଡି ପୁଲିସ ସହିତ ଅଗ୍ନି ଶମ ବିଭାଗ କର୍ମଚାରୀ ପହଞ୍ଚି ପୋଖରୀରୁ ବାଇକ୍ ଉଦ୍ଧାର କରିଛନ୍ତି। ଯୁବକ ତିନିଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।
Accident: ଏସ୍ୟୁଭି ଦୁର୍ଘଟଣାରେ ଆର୍ମି ମେଜରଙ୍କ ମୃତ୍ୟୁ; ଅନ୍ୟ ୨ ଅଧିକାରୀ ଆହତ

2 days ago
1


