ARTICLE AD BOX
ଓଡ଼ାପଡ଼ା (ରବିନାରାୟଣ ବେହେରା): ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତିରେ ଯାଉଥିବା ବେଳେ ଏହା ଏକ ବନ୍ଧ ଭିତରେ ଗଳି ପଡିଛି। ଏହି ଦୁର୍ଘଟଣାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ବାଇଁ (୨୭) ଏବଂ ବରର ଜଣେ ମାଉସୀ ପୁଅ ଭାଇ।
ଖବର ନେବାରେ ଜଣାଗଲା ଯେ ବାଙ୍ଗୁରସିଂହ ଗ୍ରାମର ସନ୍ତୋଷ କୁମାର ସାହୁଙ୍କର ପୁତ୍ର ଅଭିଷେକ ସାହୁ ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ରୋହିତ କୁମାର ପୃଷ୍ଟିଙ୍କ କନ୍ୟା ସହିତ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ବାଙ୍ଗୁରସିଂହ ଗ୍ରାମରୁ ବରଯାତ୍ରୀ ଦଳ ବିଭିନ୍ନ ଗାଡ଼ିରେ ଯାଇଥିଲେ। ଏଥିରେ ଗୋଟିଏ ଏକ୍ସୟୁ ମହିଦ୍ରା କାର ଥିଲା। ଏହି କାର୍ଟି ଚାଇଁପୁରକୁ ଆସି ଅନ୍ୟ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ଯାଉଥିଲା।
ତେବେ ଅନ୍ଧାର ରାତିରେ କାରଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରକୁ ପଶି ଯାଇଥିଲା। ଫଳରେ ସେଥିରେ ଥିବା ୫ ଜଣ ବରଯାତ୍ରୀ ପାଣି ଭିତରେ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି।
ଖଟଲାପଦର ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି: ୨ ମୃତ, ୧୨ ଆହତ
ପୁଲିସ କହିଛି, ମୃତକମାନେ ବାଙ୍ଗୁରସିଂହ ଗ୍ରାମର ରାମ ସାହୁ, ଅବିନାଶ ସାହୁ, ରାକେଶ କୁମାର ସାହୁ, ଚନ୍ଦ୍ରକାନ୍ତ ସ୍ବାଇଁ ଏବଂ ଅନ୍ୟ ଜଣେ। ଦୃଘଟଣାଗ୍ରସ୍ଥ କାରକୁ ଗ୍ରାମବାସୀମାନେ ପାଣିରୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଥିବା ଜଣାପଡିଛି। ଏହି ଦୁଃଖଦ ଖବର ଵାଙ୍ଗୁରସିଂହ ଗ୍ରାମ ସହିତ ଇନ୍ଦିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ହସଖୁସିର ମୂହୁର୍ତ୍ତ ନିମିଷକେ ମଧ୍ୟରେ ଚୁରମାର ହୋଇ ଯାଇଛି ବୋଲି ଚର୍ଚ୍ଚା ହେଉଛି।

1 week ago
5


