Accident: କଳିଙ୍ଗା ଘାଟିରେ ପୁଣି ହାଇୱା ଦୁର୍ଘଟଣା, ଡ୍ରାଇଭର ସୁରକ୍ଷିତ

1 week ago 7
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ କଳିଙ୍ଗା ପଞ୍ଚାୟତର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ଆଜି ପୁଣି ଏକ ହାଇୱା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସୁରକ୍ଷିତ ଥିବା ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ମିଳିଛି। 

ହାଇୱାଟି ଫ୍ଲାଏ ଆସ ଗୁଣ୍ଡ ଧରି ଲାଞ୍ଜିଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଘାଟିର ପ୍ରଥମ ବୁଲାଣିରେ ଡାହାଣକୁ ଡ୍ରେନ ତଳକୁ ଖସି ଯାଇଥିଲା। ଗାଡ଼ିରେ ସିମେଣ୍ଟ ଇଟା ତିଆରି ପାଇଁ ବ୍ୟବହୃତ ଫ୍ଲାଇ ଆସ୍‌ ଗୁଣ୍ଡ ଲୋଡ୍‌ ହୋଇଥିବା ଜଣାପଡ଼ିଛି। 

ଦୁର୍ଘଟଣାରେ ହାଇୱାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସିଟ୍‌ ମଧ୍ୟ ନଷ୍ଟ ହୋଇଯାଇଛି। ଦୁର୍ଘଟଣାର ଭୟାବହତା ଦେଖି ମଧ୍ୟ ଡ୍ରାଇଭର ସୁରକ୍ଷିତ ରହିଥିବା ଘଟଣାଟି ଆଶ୍ଚର୍ଯ୍ୟଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସକାଳ ସମୟରେ କଳିଙ୍ଗା ଘାଟିରେ ଘନ କୁହୁଡ଼ି ରହୁଥିବାରୁ ଦୃଶ୍ୟମାନ କମିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଘାଟି ଅଞ୍ଚଳରେ ଗାଡ଼ି ଚଳାଇବା ସମୟରେ ଚାଳକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି ନୂଆ ଚାଳକମାନେ ଘାଟି ରାସ୍ତାରେ ଧୀରେ ଓ ସାବଧାନତାର ସହିତ ଗାଡ଼ି ଚଳାଇବାକୁ ସ୍ଥାନୀୟ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଅନୁରୋଧ କରିଛନ୍ତି।

Bus Accident: କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ମହିଳା ଯାତ୍ରୀ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.