Accident: ଆଇରନ୍‌ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ; ୨ଜଣ ଗୁରୁତର

2 days ago 2
ARTICLE AD BOX

ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ଦଂଅଳା ଜଙ୍ଗଲରେ ଆଜି ସନ୍ଧ୍ୟାରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ସହିତ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହେବା ସହ ୪ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ସାପ କାମୁଡ଼ାରେ ଆହତ କଲଣ୍ଡା ଗାଁର ରଞ୍ଜିତ ଖଟେଇଙ୍କୁ  ବାଂଶପାଳ ମେଡିକାଲରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ଶୁଆକାଟି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇରନ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସ ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ସଚ୍ଚିଦାନନ୍ଦ ସେଠି ଓ ରଂଜେତ ଖଟେଇଙ୍କ ଜଣେ ସମ୍ପର୍କୀୟ ଗୁରତର ହୋଇଛନ୍ତି। 

ସେହିପରି ଆମ୍ବୁଲାନ୍ସର ଅନ୍ୟ ୨ ଜଣ କର୍ମଚାରୀ ଓ ରୋଗୀ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଖବର ପାଇ ଘଟଣାସ୍ଥଳରେ ବାଂଶପାଳ ତହସିଲଦାର ବିକାଶ କୁମାର ସାହୁ, ବାଂଶପାଳ ଫାଣ୍ଡି ଅଧିକାରୀ ଫୁଲଜେନ୍ସ ଟୀଗା ପହଂଚି ଗୁରୁତରଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ରେ କେନ୍ଦୁଝର ମେଡିକାଲକୁ ଠାଇଛନ୍ତି।

Accident: ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମୃତ, ଅନ୍ୟ ଜଣେ ଗୁରୁତର

ସୂଚନାଯୋଗ୍ୟ, ଶୁଆକାଟି-ରଙ୍ଗଡ଼ିହି ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ବେଆଇନ ଆଇରନ ଟ୍ରକ୍‌ ଚଳାଚଳ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଛି। ବାଂଶପାଳ ତହସିଲଦାର ଓ ପୁଲିସ ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ସହିତ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.