ARTICLE AD BOX
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଆବୁଧାବି କ୍ରାଉନ୍ସ ପ୍ରିନ୍ସ ଶେଖ୍ ଖଲିଦ୍ ବିନ୍ ମହମଦ ବିନ୍ ଜୟେଦ ଅଲ ନାହୟାନ ବିମାନ ବନ୍ଦରରେ ତାଙ୍କ କାର୍ ଡ୍ରାଇଭରଙ୍କ ପ୍ରତି ଦେଖାଇଥିବା ଆଚରଣ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। କ୍ରାଉନ୍ ପ୍ରିନ୍ସ କାର୍ରୁ ଓହ୍ଲାଇ ବିମାନ ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ହଠାତ୍ ପୁଣି କାର୍ ଡ୍ରାଇଭରଙ୍କ ନିକଟକୁ ଫେରି ତାଙ୍କ ସହିତ କରମର୍ଦ୍ଦନ କରିବା ସହ ପିଠିରେ ହାତ ଥାପୁଡ଼େଇ କିଛି କଥା ହୋଇଥିଲେ।
ଆହୁରି ପଢନ୍ତୁ: Manipur: ମଣିପୁରରେ ପୁଣି ହିଂସା ତେଜିଲା: ୨ କୁକି ଗ୍ରାମରେ ଭୟଙ୍କର ସଂଘର୍ଷ, ଗୁଳିମାଡ଼ରେ ଗର୍ଭବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ ଗସ୍ତ ସମୟରେ ତାଙ୍କୁ ନେବାଆଣିବା ପାଇଁ ନିୟୋଜିତ ଡ୍ରାଇଭରଙ୍କ ପ୍ରତି କ୍ରାଉନ୍ ପ୍ରିନ୍ସଙ୍କ ଏଭଳି ମନୋଭାବ ଓ କୃତଜ୍ଞତା ପ୍ରକାଶକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ, ୟୁଏଇ ରାଷ୍ଟ୍ରପତି ଶେଖ ମହମଦ ବିନ୍ ଜୟେଦ ଅଲ୍ ନାହୟାନଙ୍କ ପ୍ରତିନିଧି ଭାବେ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସମେତ ବିଶ୍ବର ଅନ୍ୟ ନେତୃବୃନ୍ଦଙ୍କୁ ଭେଟିଥିଲେ।

3 days ago
2


