ARTICLE AD BOX
କୋଲକାତା: ତୃଣମୂଳ କଂଗ୍ରେସସାଂସଦ ଅଭିଷେକ ବାନାର୍ଜୀଙ୍କୁ ସୋମବାର କଲିକତା ହାଇକୋର୍ଟରୁ ଝଟ୍କା ଲାଗିଛି। ହାଇକୋର୍ଟ ଅଭିଷେକଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ବିଦେଶ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟ ନିର୍ବାଚନୀ ଭାଷଣ ମାମଲାରେ ଅଭିଷେକଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନରୁ ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ତେବେ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଅଭିଷେକଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଏସ୍ଏସ୍କେଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚକ୍ଷୁ ଯାଞ୍ଚ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏସ୍ଏସ୍କେଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ବୋର୍ଡ଼ କୋଲକାତାରେ ଚିକିତ୍ସା ସମ୍ଭବ ନୁହେଁ ବୋଲି ରିପୋର୍ଟ ଦିଅନ୍ତି ତେବେ ଅଭିଷେକଙ୍କ ବିଦେଶ ଗସ୍ତ ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସକୁ ଘୁଞ୍ଚାଇ ଦେଇଛନ୍ତି।
ଆହୁରି ପଢନ୍ତୁ: Bhubaneswar Horror ଲିଫ୍ଟ୍ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼
ଅଭିଷେକଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ସେ ତାଙ୍କର ଚିକିତ୍ସା ପାଇଁ ୧୦ ବର୍ଷ ଧରି ଆମେରିକା ଯାଉଛନ୍ତି ଓ ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବା ଉଚିତ। ଅତିରିକ୍ତ ଆଡଭୋକେଟ୍ ଜେନେରାଲ ରାଜଦୀପ ମଜୁମଦାର କହିଛନ୍ତି ଯେ, ବାନାର୍ଜୀଙ୍କ ଭାରତରେ ଅନୁପସ୍ଥିତି ମାମଲାଗୁଡ଼ିକର ତଦନ୍ତକୁ ପ୍ରଭାବିତ କରିବ। ଏହି ମାମଲାରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାରବେଳେ ଉତ୍ତେଜକ ଭାଷଣ ଦେବା ମାମଲା ରହିଛି। ଏହି ପ୍ରସଙ୍ଗରେ ମେ ୧୫ ତାରିଖରେ ବାନାର୍ଜୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଜନପ୍ରତିନିଧି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ଆହୁରି ପଢନ୍ତୁ: Rath Yatra security ଯାତ୍ରାରେ ମାତିଛନ୍ତି ତସ୍କର, ୪ ଦିନରେ ବନ୍ଧା ହେଲେଣି ୧୪୩
ଏହା ଜାମିନବିହୀନ ମାମଲା ଥିଲା। ଜୁନ୍ ୧୬ ତାରିଖରେ ସିଆଇଡି ବାନାର୍ଜୀଙ୍କୁ ପ୍ରାୟ ସାଢ଼େ ଛଅ ଘଣ୍ଟା ଧରି ପଚରାଉଚରା କରିଥିଲା। ଜୁଲାଇ ୧୦ ତାରିଖରେ ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ ଦୁଇଟି ନୋଟିସ୍ ପାଇବା ସତ୍ତ୍ୱେ ନିର୍ବାଚନୀ ଭାଷଣ ମାମଲାରେ ତାଙ୍କ ସ୍ୱର ନମୁନା ନ ଦେବା ପାଇଁ ଅଭିଷେକ ବାନାର୍ଜୀଙ୍କୁ ଭର୍ତ୍ସନା କରିଥିଲେ। ଜଷ୍ଟିସ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ, କୋର୍ଟ କେବଳ ବାନାର୍ଜୀ ତଦନ୍ତକାରୀଙ୍କୁ ସହଯୋଗ କରିବା ସର୍ତ୍ତରେ ଜୁଲାଇ ୩୧ ପର୍ଯ୍ୟନ୍ତ ପୁଲିସକାର୍ଯ୍ୟାନୁଷ୍ଠାନରୁ ମୁକ୍ତି ଦେଇଛନ୍ତି।

2 weeks ago
9


