ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି। ଛାତ୍ରମାନଙ୍କୁ ଏହାର ଶ୍ରେୟ ଦେଇ ଦୀପ୍କେ କହିଛନ୍ତି ଛାତ୍ରମାନଙ୍କର ଦୀର୍ଘ ଦିନର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସରକାରଙ୍କୁ ଏତେ ବଡ଼ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ଏହା ଆମ ପାଇଁ ବଡ଼ ବିଜୟ।
ଆହୁରି ପଢନ୍ତୁ: Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ
ଦେଶ ସମ୍ବିଧାନ ଦ୍ବାରା ପରିଚାଳିତ ହେଉଛି ଏହା ତା’ର ଜ୍ବଳନ୍ତ ପ୍ରମାଣ। ଏହାର ଆରମ୍ଭ ମାତ୍ର ବୋଲି ଦୀପ୍କେ କହିଛନ୍ତି।ଧାରଣାସ୍ଥଳର ସଭାମଞ୍ଚରୁ ଶହ ଶହ ସମର୍ଥକଙ୍କୁ ସମ୍ବୋଧନ କରି ଦୀପ୍କେ କହିଛନ୍ତି, ଇସ୍ତଫା ପ୍ରମାଣ କରିଥିଲା ​​ଯେ, ସ୍ଥାୟୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପରିବର୍ତ୍ତନ ଆଣିପାରେ। ଜନସମାଗମର ପ୍ରବଳ ଜୟଧ୍ୱନି ମଧ୍ୟରେ ସେ ଆନ୍ଦୋଳନକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ବିଜୟ ଓ ଦେଶବ୍ୟାପୀ ଛାତ୍ରମାନଙ୍କ ସାମୂହିକ ସଂକଳ୍ପ ଭାବରେ ପ୍ରଶଂସା କରିଥିଲେ।
ଆହୁରି ପଢନ୍ତୁ: Rahul Gandhi: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ବଦଳି କରିବାକୁ ସରକାର ଯୋଜନା କରୁଛନ୍ତି: ରାହୁଲ ଗାନ୍ଧୀ
ଦୀପ୍କେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପ୍ରମାଣ କରେ ଯେ ଯଦି ଆପଣମାନେ ଭୟଭୀତ ନୁହନ୍ତି, ଯଦି ଆପଣମାନେ ଏହି ସରକାରଙ୍କ ଆଗରେ ମୁଣ୍ଡ ନୁଆନ୍ତି ନାହିଁ, ତେବେ ଆମେ ଯେକୌଣସି ବ୍ୟକ୍ତିଙ୍କ ଇସ୍ତଫା ନେଇପାରିବୁ। ଦୀପ୍କେ ଏହି ଅବସରରେ ପ୍ରଶ୍ନପତ୍ର ଲିକ୍ ଯୋଗୁ ଆତ୍ମହତ୍ୟା କରି ଜୀବନ ହାରିଥିବା ନିଟ୍ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମନେ ପକାଇଥିଲେ ଓ ସେମାନଙ୍କ ସ୍ମରଣରେ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ।
ଶନିବାର ଅପରାହ୍ଣରେ କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧିଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ। କିନ୍ତୁ ଆନ୍ଦୋଳନକାରୀ ଜିଦ୍ ଧରିଥିଲେ ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ବିନା ସେମାନେ ଆନ୍ଦୋଳନରୁ ହଟିବେ ନାହିଁ।

1 week ago
7


