Aadhaar: ବିଦେଶରେ ପହଞ୍ଚିବ ଆଧାର କାର୍ଡ; ପ୍ରବାସୀ ଭାରତୀୟ ବ୍ୟବହାର କରିବେ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ସ୍ବତନ୍ତ୍ର ପରିଚୟ ‘ଆଧାର’କୁ ବିଦେଶରେ ପହଞ୍ଚାଇବା ଦିଗରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) କାର୍ଯ୍ୟ କରୁଛନ୍ତି। ବିଶେଷ କରି ପ୍ରବାସୀ ଭାରତୀୟ ଓ ଭାରତରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଦୃଷ୍ଟିରେ ରଖି ଏହି କାର୍ଡ ଜାରି କରାଯିବ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୟୁଆଇଡିଏଆଇର ସିିଇଓ ସୌରଭ ବିଜୟ ଏହା କହିଥିଲେ।

ସେ କହିଲେ, ଆଧାରକୁ ଆମେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଚାହୁଛୁ। ସେ ଦିଗରେ କାମ ମଧ୍ୟ ଆରମ୍ଭ କରିଛୁ। ଏହା କିଭଳି ସମ୍ଭବ ହୋଇପାରିବ ତାହାକୁ ନେଇ ମାନସମନ୍ଥନ ଚାଲିଛି। କିଛି ଚିନ୍ତାଧାରା ମଧ୍ୟ ବିକଶିତ ହୋଇଛି ବୋଲି ସେ କହିଥିଲେ। ବିଦେଶରେ ବାସ କରୁଥିବା ଭାରତୀୟ ନାଗରିକମାନେ ଯେଭଳି ଆଧାରକୁ ବ୍ୟବହାର କରିପାରିବେ, ସେଥିପାଇଁ ଆଇନଗତ ଦିଗ ଉପରେ ମଧ୍ୟ ବିଚାର କରାଯାଉଛି।

ବିଜୟ କହିଥିଲେ ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ତିନିଟି ଉତ୍ପାଦ ଉନ୍ମୋଚନ କରିଛି ଯାହା ଅନ୍ତର୍ଜାତୀୟ ସ୍ତରକୁ ଯାଇପାରିବ। ଆର୍ଥିକ କାରବାରର ପ୍ରମାଣୀକରଣରେ ଆଧାର ବ୍ୟବହାର କରିବା ଉପରେ ଏନ୍‌ପିସିଆଇ ସହ ମିଶି ୟୁଆଇଡିଏଆଇ କାର୍ଯ୍ୟ କରୁଛି। ଆଧାର ପ୍ରମାଣୀକରଣ ଜରିଆରେ ଡିଜିଟାଲ୍‌ କେୱାଇସି ଗ୍ରାହକଙ୍କୁ ସାମିଲ କରିବା କାର୍ଯ୍ୟକୁ ସହଜ କରିପାରିଛି। ନୂଆ ଗ୍ରାହକଙ୍କୁ ଯୋଡ଼ିବାରେ ଲାଗୁ ଥିବା ସମୟ କମ୍‌ କରିବା ଦିଗରେ ୟୁଆଇଡିଏଆଇ କାର୍ଯ୍ୟ କରୁଛି। ଆଧାର ଲାଇଟ୍‌ ଭଳି ଉତ୍ପାଦ ଆଣିବାର ମଧ୍ୟ ଯୋଜନା ରହିଛି ବୋଲି ସେ କହିଥିଲେ।

CAMPA Fund Misappropriation କାମ୍ପା ପାଣ୍ଠୀରୁ ୭ଲକ୍ଷ ଟଙ୍କା ହଡ଼ପ କରି ପୂର୍ବତନ ବନପାଳ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.