Aadhaar App: ଆଧାର ଆପ୍‌ରେ ମାଗଣାରେ ଇମେଲ୍‌ ଅପ୍‌ଡେଟ୍‌ ସୁବିଧା

1 month ago 14
ARTICLE AD BOX

ନୂଆଦିଲ୍ଲୀ: ଆଧାର ଆପ୍‌ ଜରିଆରେ ଲୋକମାନେ ମାଗଣାରେ ଇମେଲ୍‌ ଆଇଡି ଯୋଡ଼ିପାରିବେ ଓ ତାହାକୁ ଅପ୍‌ଡେଟ୍‌ ମଧ୍ୟ କରିପାରିବେ। ଏଥିପାଇଁ ସେମାନଙ୍କୁ ନିକଟସ୍ଥ ଆଧାର କେନ୍ଦ୍ର ଦୌଡ଼ିବାକୁ ପଡ଼ିବନାହିଁ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟ ବଜାରରେ ଶସ୍ତା ହେଲା ଅଶୋଧିତ ତେଲ; ଏବେ ଗ୍ରାହକଙ୍କୁ ମିଳିବନି ଏଥିରୁ ଲାଭ

ଏହି ସୁବିଧା ଆସନ୍ତା ୬ ମାସ ପାଇଁ ମିଳିବ। ଚଳିତ ମାସ ୧ରୁ ଏହି ସେବା ଆରମ୍ଭ ହେବା ପରେ ଦୁଇ ଦିନ ମଧ୍ୟରେ ୨,୫୦,୦୦୦ ଲୋକ ସେମାନଙ୍କ ଇମେଲ୍‌ ଠିକଣା ଅପ୍‌ଡେଟ୍‌ କରିଛନ୍ତି। ଆଧାର ସହିତ ଇମେଲ୍‌ ଲିଙ୍କ୍‌ କଲେ ଆଧାର ପ୍ରମାଣୀକରଣ ସମୟରେ ବାସ୍ତବ ସମୟ ସୂଚନା ପହଞ୍ଚିପାରିବ। ଆଧାର ଆପ୍‌ ଜରିଆରେ ଲୋକମାନେ ନିଜ ସ୍ମାର୍ଟଫୋନ୍‌ ଜରିଆରେ ମୋବାଇଲ୍‌ ନମ୍ବର ଓ ଠିକଣା ମଧ୍ୟ ଅପ୍‌ଡେଟ୍‌ କରିପାରିବେ। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଲୋକ ନିଜର ମୋବାଇଲ୍‌ ନମ୍ବର ଅପ୍‌ଡେଟ୍‌ କରିସାରିଛନ୍ତି। ୧୦ ଲକ୍ଷ ଲୋକ ଠିକଣା ଅପ୍‌ଡେଟ୍‌ କରିଥିବା ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆଧାର ଆପ୍‌ ଉଭୟ ଗୁଗଲ ପ୍ଲେ ଷ୍ଟୋର୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.