A Tiger in Debrigarh: ଡେବ୍ରିଗଡ଼ରେ ମହାବଳ: ଟ୍ରାପ୍‌ କ୍ୟାମେରାରେ ଫଟୋ କଏଦ

3 days ago 4
ARTICLE AD BOX

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର)ର ଉପସ୍ଥିତି ଚିହ୍ନଟ ହୋଇଛି। ଅଭୟାରଣ୍ୟରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ବାଘର ଫଟୋ କଏଦ ହୋଇଥିବା ବେଳେ ପାଟ୍ରୋଲିଂରେ ନିୟୋଜିତ ବନ କର୍ମଚାରୀମାନେ ମଧ୍ୟ ବାଘଟିକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି। ଦେଚୁଆଁ-ଲଖନପୁର ଜଙ୍ଗଲ ଦେଇ ବାଘଟି ଡେବ୍ରିଗଡ଼ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଜଣାପଡ଼ିଛି। 

Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର

ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ତେବେ ବାଘଟି କେଉଁ ଜଙ୍ଗଲରୁ ଆସିଛି, ଏହା ଅଣ୍ଡିରା ନା ମାଈ ଏବଂ ଏହାର ଅନ୍ୟାନ୍ୟ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ନାହିଁ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲ୍ୟୁଆଇଆଇ) ପକ୍ଷରୁ କ୍ୟାମେରା ଟ୍ରାପ୍‌ରେ ଉତ୍ତୋଳିତ ଫଟୋର ବିଶ୍ଳେଷଣ କରାଯିବା ପରେ ଏସବୁ ତଥ୍ୟ ଜଣାପଡ଼ିବ ବୋଲି ଡିଏଫ୍‌ଓ କହିଛନ୍ତି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଡେବ୍ରିଗଡ଼ ଅଭୟାରଣ୍ୟରେ ୧୦୦ଟି କ୍ୟାମେରା ଖଞ୍ଜାଯାଇଛି। ଏହା ସହିତ ୨୭ଟି ଦଳ ପ୍ରତିଦିନ ଅଭୟାରଣ୍ୟର ସୀମାବର୍ତ୍ତୀ ଅଞ୍ଚଳ ଓ ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି।

Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

ରାତି ସମୟରେ ମଧ୍ୟ ତିନିସ୍ତରୀୟ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୨୦୨୨ରୁ ୨୦୨୪ ମଧ୍ୟରେ ଏକ ମହାବଳ ବାଘ ପ୍ରାୟ ଦେଢ଼ ବର୍ଷ ଧରି ଡେବ୍ରିଗଡ଼ ଅଭୟାରଣ୍ୟରେ ରହିଥିଲା। ପରବର୍ତ୍ତୀ ସମୟରେ ଏହି ବାଘଟି ଛତିଶଗଡ଼ର ଗୋମର୍ଦ୍ଦା ଅଭୟାରଣ୍ୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲା। ଏବେ ଡେବ୍ରିଗଡ଼ରେ ପୁଣି ଏକ ମହାବଳ ବାଘର ଉପସ୍ଥିତି ଚିହ୍ନଟ ହେବା ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ତେବେ ଏହି ବାଘଟି ଡେବ୍ରିଗଡ଼ରେ କେତେଦିନ ରହିବ ଏବଂ ଏହାର ପରବର୍ତ୍ତୀ ଗତିବିଧି କ’ଣ ରହିବ, ତାହା ଆଗାମୀ ଦିନର ନିରୀକ୍ଷଣରୁ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.