8 New Bridges for Bhadrak: ଭଦ୍ରକରେ ୮ ନୂତନ ସେତୁ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର, ଆରମ୍ଭ ହେବ ସର୍ଭେ ଓ ପରୀକ୍ଷଣ

2 days ago 1
ARTICLE AD BOX

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ୮ଟି ନୂତନ ସେତୁ ନିର୍ମାଣ ପାଇଁ ପ୍ରାଥମିକ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଏହି ପ୍ରକଳ୍ପଗୁଡ଼ିକର ସର୍ଭେ ଓ ତଦନ୍ତ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୨୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ପ୍ରତ୍ୟେକ ସେତୁ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ ହୋଇଛି। ଏହି ଟଙ୍କାରେ ସର୍ଭେ ଓ ପରୀକ୍ଷଣ ଖର୍ଚ୍ଚ ହେବ। 

Bhadrak Nehru Stadium ଭଦ୍ରକ ନେହେରୁ ଷ୍ଟାଡିଅମରେ ପୋକ୍ଲିନ୍‌ର ଦବଙ୍ଗଗିରି, ଭାଙ୍ଗିଦେଲା ୧୨ କ୍ରୀଡ଼ାସଂଘ କାର୍ଯ୍ୟାଳୟ

ବିଭାଗୀୟ ସୂଚନା ଅନୁଯାୟୀ, ଭଦ୍ରକ-୧ ଓ ଭଦ୍ରକ-୨ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣ ଡିଭିଜନ ଅଧୀନରେ ଏହି ୮ଟି ପ୍ରକଳ୍ପ ରହିଛି। ଭଦ୍ରକ-୧ ଡିଭିଜନ ଅଧୀନରେ କୁଣ୍ଡି ନଦୀ ଉପରେ ମାଳିଆରୁଆଁ ରାସ୍ତାରେ ହାଇ-ଲେଭେଲ ସେତୁ, ଭଦ୍ରକାଳୀ ମନ୍ଦିରରୁ ରଘୁପତିବିନ୍ଧା ରାସ୍ତାର ୧.୩୫୦ କିମିରେ ସାଳନ୍ଦୀ ନଦୀ ଉପରେ ସେତୁ ଏବଂ ସବରଙ୍ଗା-ହରିପୁର ରାସ୍ତାରେ ଧନତ୍ରୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ସର୍ଭେ ଓ ତଦନ୍ତ ହେବ।

ମେଡିକାଲ କଲେଜ, ବିଶ୍ବବିଦ୍ୟାଳୟ ଶୀଘ୍ର: ଭଦ୍ରକ ବିକାଶ ପାଇଁ ୨୭୪ କୋଟିର ୧୩ ପ୍ରକଳ୍ପ

ସେହିପରି ଭଦ୍ରକ-୨ ଡିଭିଜନ ଅଧୀନରେ ମାଧପୁର-ହେଙ୍ଗୁପଟି ରାସ୍ତାରେ ସାଳିଆଜୋର ନଦୀ ଉପରେ, ଘଟାପୁର-ରଟଣୀ ରାସ୍ତାରେ ନୂଆ ନାଳ ଉପରେ, ମୌଦପୁର-ନିଧିବିନ୍ଧା ରାସ୍ତାର ୧.୪ କିମି ନିକଟ କାଠମୁଣ୍ଡାରେ ଚେଲିଆ ନାଳ ଉପରେ ଏବଂ ଆର୍‌ଡି ରାସ୍ତାରୁ ବାବାଜୀପୁହାଣ ଜମି ରାସ୍ତାରେ ବ୍ରଜାନନ୍ଦପୁର ଜୋର ଉପରେ ହାଇ-ଲେଭେଲ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିସହ ଲକ୍ଷ୍ମୀଦାସପୁର ଛକ ନିକଟ କାମାରଗାଁ-ବାଲିମେଡ଼ ପୂର୍ତ୍ତ ବିଭାଗ ରାସ୍ତାରେ ଆଉ ଏକ ସେତୁ ନିର୍ମାଣ ପାଇଁ ମଧ୍ୟ ସର୍ଭେ ହେବ।

Green Signal for New Jetty ଚନ୍ଦନୀପାଳରେ ଜେଟି ନିର୍ମାଣକୁ ସବୁଜ ସଙ୍କେତ

ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ ପକ୍ଷରୁ ୯ ସେପ୍ଟେମ୍ବର ୨୦୨୬ରେ ପତ୍ର ସଂଖ୍ୟା ୩୨୪୮୭ ଜାରି ହୋଇଛି। ୨୦୨୬-୨୭ ବର୍ଷର ରାସ୍ତା ଓ ସେତୁ କାର୍ଯ୍ୟକ୍ରମ ଅଧୀନରେ ‘ସର୍ଭେ ଆଣ୍ଡ ଇନଭେଷ୍ଟିଗେସନ୍ ଏକ୍ସପେନ୍ସ’ ବାବଦରେ ଏହି ଅର୍ଥ ବରାଦ ହୋଇଛି।

DPR For Eram ରକ୍ତତୀର୍ଥ ଇରମର ବିକାଶ ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ସର୍ଭେ ଓ ତଦନ୍ତ ପରେ ପ୍ରକଳ୍ପଗୁଡ଼ିକର ବୈଷୟିକ ଦିଗ, ସେତୁର ଆବଶ୍ୟକତା ଓ ନିର୍ମାଣ ସମ୍ଭାବନା ସମ୍ପର୍କରେ ଆକଳନ କରାଯିବ। ପରବର୍ତ୍ତୀ ପଦକ୍ଷେପରେ ପ୍ରକଳ୍ପଗୁଡ଼ିକର ନିର୍ମାଣ ନେଇ ଆବଶ୍ୟକୀୟ ଅନୁମୋଦନ ଓ ପ୍ରଶାସନିକ ପ୍ରକ୍ରିୟା ଆଗକୁ ବଢ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.