400 acres farm: ଉଜାଡ଼ିଦେଲା ୪୦୦ ଏକର ପରିବା ଚାଷ: ବାରବାଟୀରୁ ଯାଏ ସାରା ରାଜ୍ୟକୁ ପରିବା, ସହାୟତା ନ ମିଳିଲେ ଭାସିଯିବ ଚାଷୀକୁଳ

1 day ago 1
ARTICLE AD BOX

ରସୁଲପୁର: ସମଗ୍ର ରାଜ୍ୟକୁ ପନିପରିବା ‌ଯୋଗାଉଥିବା ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଚାଷୀକୁଳ ଏବେ ଚିନ୍ତା‌ରେ। ଖରସ୍ରୋତା ଓ ବ୍ରାହ୍ମଣୀର ବନ୍ୟାଜଳରେ ଶହ ଶହ ଏକର ପରିବାଚାଷ ପାଣିରେ ବୁଡ଼ି ରହିଛି। ପାଣି ନ ଛାଡ଼ିବାରୁ ଗଛରେ ଫଳିଥିବା ପରିବା ସବୁ ପଚିଗଲାଣି। ପାଣିଘେରରେ ଥିବା କାରଣରୁ ଚାଷଜମିରୁ ପରିବା ତୋଳିବା ମଧ୍ୟ ସମ୍ଭବ ହେଉନାହିଁ। ସାରା ରାଜ୍ୟକୁ ପରିବା ଯୋଗାଣ କରୁଥିବା ବାରବାଟୀ ହାଟକୁ ପରିବା ଆସୁନାହିଁ। ଏହାର ପ୍ରଭାବ ଏବେ କଟକ ଛତ୍ରବଜାର ସମେତ ପାଖ ଜିଲ୍ଲା ଉପ‌ରେ ପଡ଼ିଛି। ଚଳିତ ବନ୍ୟାରେ ରସୁଲପୁର ଅଞ୍ଚଳରେ ପାଖାପାଖି ୪୦୦ ଏକର ପରିବା ଫସଲ ପାଣିରେ ବୁଡ଼ି ରହିଛି। ଏଠାରେ ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ସରକାରୀ ସହାୟତା ନମିଳିଲେ ସେମାନେ ସର୍ବସ୍ବାନ୍ତ ହୋଇଯିବ ବୋଲି କହିଛନ୍ତି।

Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ

ଖରସ୍ରୋତା ନଦୀର ଡାହାଣ ପାର୍ଶ୍ବ ପଠାରେ ବର୍ଷତମାମ ପନିପରିବା ଚାଷ ହୋଇଥାଏ। ଟିକରପଡ଼ା ପଞ୍ଚାୟତର କୁଜିବର ପାଖରୁ ଆରମ୍ଭ କରି, ଗନ୍ଧଣ ପଞ୍ଚାୟତର ବ୍ରାହ୍ମଣ ନରସିଂହପୁର, ତୁଳସୀପୁର, ବଡ଼କଇଁଚି ପଞ୍ଚାୟତର ପାରିକଇଁଚି ଗ୍ରାମର ଶହଶହ ସଂଖ୍ୟାରେ ଚାଷୀ ଏହି ନଦୀପଠାରେ ଜହ୍ନି, କାକୁଡ଼ି, କଲରା, ଝୁଡ଼ଙ୍ଗ, ବୋଇତାଳୁ, ପୋଟଳ, ବାଇଗଣ, ଭେଣ୍ତି ପ୍ରଭୃତି ବହୁଳ ଭାବେ ଚାଷ କରିଥିଲେ। କିଛି ଫସଲ ଅମଳ ହୋଇଥିବାବେଳେ ଆଉ କିଛି ଅମଳକ୍ଷମ ଅବସ୍ଥାରେ ଥିଲା। ହେଲେ ବନ୍ୟା ସବୁକିଛି ନଷ୍ଟ କରିଦେଲା ବୋଲି ତୁଳସୀପୁରର ଚାଷୀ ନିରଞ୍ଜନ ବୋଇତାଇ, ବ୍ରାହ୍ମଣ ନରସିଂହପୁର ଗ୍ରାମର ଶୁକଦେବ ସାହୁ, କୁଜିବର ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତି, ଅଭିମନ୍ୟୁ ରାଉତ, ଶତ୍ରୁଘନ ପ୍ରଧାନ ପ୍ରମୁଖ କହିଛନ୍ତି। ବନ୍ୟା ଯୋଗୁଁ ପାଣିରେ ଫସଲ ବୁଡ଼ି ରହିଥିବା ବେଳେ ଅନେକ ଜାଗାରେ ମଞ୍ଚାଫସଲ ପୂରା ବୁଡ଼ିଯାଇଛି। ଏହି କାରଣରୁ ବାଇଗଣ, ଭେଣ୍ତି, ପୋଟଳ, ବୋଇତାଳୁ ସବୁ ପଚିଗଲାଣି।

Weekly Horoscope 2026 August 02 to August 08: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମଞ୍ଚା ଫସଲଗୁଡ଼ିକ ମଧ୍ୟ ଖରା ବାଜିଲେ ପଚିବା ଆରମ୍ଭ ହେବ ବୋଲି ଚାଷୀମାନେ କହିଛନ୍ତି। ଉପରୋକ୍ତ ଗ୍ରାମଗୁଡ଼ିକ ସହ ଛିଣ୍ତା ଖରସ୍ରୋତା ନଦୀରେ ପାଣି ଆସିବା ଦ୍ବାରା ପହଁଗା ପଞ୍ଚାୟତର ଡାହାଣୀବର, ବାଘଡିଆଁ, ଗନ୍ଧଣ ପଞ୍ଚାୟତର ବଣ୍ଟରା, ଏକତଳା, ଭୋଟକା ପଞ୍ଚାୟତର ଭୋଟକା ଓ ବିଲିପଡ଼ା, ରସୁଲପୁର ପଞ୍ଚାୟତର ଖଣ୍ତିତର ଗ୍ରାମର ଶତାଧିକ ଚାଷୀଙ୍କ ପରିବା ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତିର ଠିକ ଆକଳନ କରି ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.