2030 World Cup: ୨୦୩୦ ବିଶ୍ବକପ୍‌ରେ ୬୪ ଦଳ: ଭାରତକୁ ମିଳିପାରେ ସୁଯୋଗ

3 weeks ago 13
ARTICLE AD BOX

ମିଆମି: ଫିଫା ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଆକାର ଆହୁରି ବଡ଼ ହେବ। ଚାରି ବର୍ଷ ପରେ ଅର୍ଥାତ୍ ୨୦୩୦ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ର ଶତବାର୍ଷିକୀ ସଂସ୍କରଣରେ ଦଳ ସଂଖ୍ୟା ଏବେକାର ୪୮ରୁ ୬୪କୁ ବଢ଼ିପାରେ। ଏଭଳି ଏକ ପ୍ରସ୍ତାବକୁ ଫିଫା ଗୁରୁତ୍ୱର ସହ ବିଚାରକୁ ନେଇଛି। ରବିବାର ଏଭଳି ସୂଚନା ଦେଇଛନ୍ତି ଫିଫା ସଭାପତି ଜିଆନି ଇନଫାଣ୍ଟିନୋ । ଯଦି ବିଶ୍ବକପ୍‌ର ଦଳସଂଖ୍ୟା ୬୪କୁ ବଢ଼ିବ, ତାହେଲେ ଏସିଆ ମହାଦେଶରୁ ଭାରତ ପ୍ରଥମ ଥର ବିଶ୍ବକପ୍‌ ଖେଳିବାର ସମ୍ଭାବନା ସୃଷ୍ଟି ହେବ। ତେବେ ଏଥିଲାଗି ଭାରତୀୟ ଦଳକୁ ଏସିଆର ଅନ୍ୟୂନ ଶ୍ରେଷ୍ଠ ୮ ଦଳ ମଧ୍ୟରେ ରହି ଯୋଗ୍ୟତା ପର୍ଯ୍ୟାୟର କଠିନ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। 

Ratha yatra: ରଥ ଅନୁକୂଳ-ପ୍ରତିଷ୍ଠା କାର୍ଯ୍ୟ କରନ୍ତି ପୁରୋହିତ

ଏହି ବିଷୟରେ ବିସ୍ତୃତ ସୂଚନା ଦେଇ ଇନ୍‌ଫାଣ୍ଟିନୋ କହିଛନ୍ତି ଯେ ଆମେ ବିଶ୍ବକପ୍‌କୁ କେବଳ ଦକ୍ଷିଣ ଆମେରିକା କିମ୍ବା ୟୁ‌ରୋପ ଭିତରେ ସୀମିତ ରଖିବାକୁ ଚାହୁନୁ। ଛୋଟ ଛୋଟ ଦେଶଗୁଡ଼ିକୁ ମଧ୍ୟ ଏହି ମହାପର୍ବରେ ସାମିଲ କରିବାକୁ ଅଗ୍ରହୀ ଅଛୁ। ଏଣୁ ୨୦୨୬ ବିଶ୍ୱକପ୍‌ ଶେଷ ହେବା ପରେ ୬୪ ଦଳ ବିଶିଷ୍ଟ ପରବର୍ତ୍ତୀ ବିଶ୍ୱକପ୍‌ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବ। 

କିଭଳି ହେବ ୬୪ ଦଳିଆ ବିଶ୍ୱକପ୍‌ର ସ୍ବରୂପ

ପ୍ରସ୍ତାବକୁ ମଞ୍ଜୁରି ମିଳିଲେ ୨୦୩୦ ବିଶ୍ୱକପ୍‌ରେ ମୋଟ ୬୪ଟି ଦଳକୁ ୧୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିବେ ଏବଂ ଶ୍ରେଷ୍ଠ ଦୁଇଟି ଦଳ ସିଧାସଳଖ ରାଉଣ୍ଡ ଅଫ୍‌ ୩୨କୁ ଉନ୍ନୀତ ହେବେ। ଏହା ଫଳରେ ତୃତୀୟ ସ୍ଥାନର ଦଳମାନଙ୍କ ଯୋଗ୍ୟତା ନିର୍ଣ୍ଣୟର ଜଟିଳ ପ୍ରକ୍ରିୟା ସହଜରେ ଦୂର ହୋଇଯିବ। 

Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ବଢ଼ିବ ମ୍ୟାଚ୍‌, ବଢ଼ିପାରେ ବିବାଦ
୬୪ ଦଳର ବିଶ୍ୱକପ୍‌ ଆୟୋଜନ ହେଲେ ମୋଟ ମ୍ୟାଚ୍‌ ସଂଖ୍ୟା ୧୨୮ରେ ପହଞ୍ଚିବ। ଏହା ଫଳରେ ଖେଳାଳିଙ୍କ କାର୍ଯ୍ୟଭାର ବଢ଼ିବା ସହ ୟୁଏଫଏ, ବିଭିନ୍ନ ଘରୋଇ ଲିଗ୍‌ ଓ ଖେଳାଳି ସଂଘଗୁଡ଼ିକର ବିରୋଧ ମଧ୍ୟ ବଢ଼ିପାରେ। ତଥାପି ଫିଫାର ବିଶ୍ୱାସ, ବିଶ୍ୱକପ୍‌ରେ ଅଧିକ ଦେଶକୁ ସୁଯୋଗ ମିଳିଲେ ବିଶ୍ୱ ଫୁଟ୍‌ବଲର୍‌ ବିକାଶ ଆହୁରି ତ୍ୱରାନ୍ୱିତ ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୩୦ ଫିଫା ବିଶ୍ୱକପ୍‌ର ମୁଖ୍ୟ ଆୟୋଜକ ରହିବେ ସ୍ପେନ୍‌, ପର୍ତ୍ତୁଗାଲ ଓ ମୋରୋକ୍କୋ। ଏହାସହ ଶତବାର୍ଷିକୀ ସଂସ୍କରଣକୁ ସ୍ମରଣୀୟ କରିବା ଲାଗି ଉରୁଗୁଏ, ଆର୍ଜେଣ୍ଟିନା ଓ ପାରାଗୁଏରେ ଉଦ୍‌ଘାଟନୀ ମ୍ୟାଚ୍‌ର ଆୟୋଜନ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.