11 international competitions in India: କଳିଙ୍ଗରେ କଣ୍ଟିନେଣ୍ଟାଲ୍‌ ଟୁର୍‌କୁ ନେଇ ଉତ୍ସାହ: ୬ ମାସରେ ଭାରତରେ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା

2 months ago 20
ARTICLE AD BOX

ନୂଆଦିଲ୍ଲୀ: ଆସନ୍ତା ୬ ମାସରେ ଭାରତରେ ହେବ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହା ମଧ୍ୟରେ ଅଗଷ୍ଟରେ ଭୁବନେଶ୍ବରରେ ରହିଛି ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ୍‌ ଟୁର୍‌ (ରୌପ୍ୟ ସ୍ତରୀୟ)। ସେହିପରି ବ୍ୟାଡ୍‌ମିଣ୍ଟନ ବିଶ୍ବ ଚାମ୍ପିଅନ୍‌ସିପ୍‌ ଅଗଷ୍ଟ ୧୭ରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜୁଲାଇ ୨୮ରୁ ଅଗଷ୍ଟ୍ ୪ ପର୍ଯ୍ୟନ୍ତ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ।

VB-GRAMG: ଜାତୀୟ ସ୍ତରରେ ‘ଭିବି-ଜି ରାମ ଜି ଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଏହି ସମସ୍ତ ପ୍ରତିଯୋଗିତା ବେଳେ ଉଚ୍ଚସ୍ତରୀୟ ସୁବିଧାସୁଯୋଗ ପ୍ରଦାନ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ଜାନୁଆରିରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଓପନ୍‌ ବେଳେ ବିଦେଶୀ ଖେଳାଳି ଅସ୍ବଚ୍ଛ ବାତାବରଣ ଓ ରକ୍ଷଣାବେକ୍ଷଣ ସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ସତର୍କତା ଅବଲମ୍ବନ କରୁଛି। ୨୦୩୬ ଅଲିମ୍ପିକ୍ସ ପାଇଁ ଆଶାୟୀ ଥିବା ଭାରତ ଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାରର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିଚାଲିଛି। ୨୦୨୫ ଜାନୁଆରିରୁ ୨୦୨୬ ଜୁନ ସୁଦ୍ଧା ଦେଶର ୧୫ ସହରରେ ୩୬ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଛି। ସେହିପରି ୨୦୨୭ରୁ ୨୦୨୮ ମଧ୍ୟରେ ୧୯ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଅଧିକାର ପ୍ରାପ୍ତ କରିଛି ଭାରତ। ଏହା ସହିତ ଭାରତରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଜାତୀୟ କ୍ରୀଡ଼ା ମହାସଂଘଙ୍କୁ କ୍ରୀଡ଼ା ମନ୍ତ୍ରାଳୟ ଉତ୍ସାହିତ କରୁଛି।

Sports: ‘କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସାମ୍ବାଦିକ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.